ନୂଆଦିଲ୍ଲୀ,ଏଜେନ୍ସି: ମୋଦୀ ମହାନ କହି ପୁଣି ସ୍ୱର ବଦଳାଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ସୂଚନା ଅନୁଯୟୀ ଗତ ଦିନରେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ପାଇଁ ଭାରତକୁ ଧମକ୍ମୂଳକ ବୟାନ ଦେଇଥିଲେ ଟ୍ରମ୍ପ। ଟ୍ରମ୍ପ ଭାରତକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଔଷଧର ସହାୟତା ମାଗିଥିଲେ କିନ୍ତୁ ଭାରତ ସଫା ସଫା ଜଣାଇଦେଇଥିଲା ଯେ ପ୍ରଥମେ ଦେଶର ଆବଶ୍ୟକତା ପୂରଣ କରାଯିବ । ଏଥିରେ କ୍ଷ୍ୱବ୍ଧ ହୋଇଯାଇଥିଲେ ଟ୍ରମ୍ପ । ଏବେ ପୁଣି ଭାରତ ପ୍ରତି ଟ୍ରମ୍ପଙ୍କ ସ୍ୱର ବଦଳିଛି ।
ଆମେରିକାର ଫକ୍ସ ନ୍ୟୁଜ୍ରେ ସାକ୍ଷାତକାର ଦେଇ ଟ୍ରମ୍ପ ମୋଦୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଟ୍ରମ୍ପ କହିଛନ୍ତି ମୋଦୀ ମହାନ୍। ବାସ୍ତବରେ ମୋଦୀ ଜଣେ ଖୁବ୍ଭଲ ମଣିଷ । ଆମେରିକା ପାଇଁ ଅତ୍ୟନ୍ତ ଜରୁରୀ ଥିବା ଔଷଧ ରପ୍ତାନୀ ଉପରୁ କଟକଣା ହଟାଇଦେଇଛନ୍ତି। ସୂଚନାମୁତାବକ, ଭାରତ-ଆମେରିକା କୋଭିଡ୍-୧୯ ମୁକାବିଲା ଦିଗରେ ଏକାଠି ଲଢିବେ ବୋଲି ଉଭୟ ମୋଦୀ ଓ ଟ୍ରମ୍ପ ସହମତି ପ୍ରକାଶ କରିଥିଲେ।
ମୋଦୀ ଓ ଟ୍ରମ୍ପ ଏ ସମ୍ପର୍କରେ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଥିଲେ । ଟ୍ରମ୍ପ ଭାରତକୁ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ମାଗିଥିଲେ । କିନ୍ତୁ ମୋଦୀ ଦେଶକୁ ପ୍ରାଧାନ୍ୟ ଦେଇ କହିଥିଲେ ପ୍ରଥମେ ଦେଶ ପାଇଁ ମହଜୁଦ୍ ରଖିବା ପରେ ଚିନ୍ତା କରିବୁ। ଏହାପରେ ଟ୍ରମ୍ପ ଭାରତକୁ ଧମକ୍ ମୂଳକ ବୟାନ ଦେଇଥିଲେ। ଭାରତୀୟ ବିଦେଶ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେଉଁ ଦେଶ ବାସ୍ତବରେ ନୋଭେଲ କରୋନା ପାଇଁ ବହୁ ପ୍ରଭାବିତ ହୋଇଛି ସେସବୁ ଦଶକୁ ଭାରତ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍ ଦେବ । ଭାରତ ମଧ୍ୟ ଏହି କାର୍ଯ୍ୟ ଆରମ୍ଭ କରିଦେଇଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।