ଆଇଏସର ନମ୍ବର-ଟୁ ନିପାତ : ଟ୍ରମ୍ପ

ୱାଶିଂଟନ୍, ଏଜେନ୍ସି : ଆମେରିକାର ସ୍ୱତନ୍ତ୍ର ସେନା ହାତରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ୍ ପ୍ରତିଷ୍ଠାତା ଅବୁ ବକର୍ ଅଲ-ବାଗଦାଦିଙ୍କ ଉତ୍ତରାଧିକାରୀ ମଧ୍ୟ ପ୍ରାଣ ହରାଇଛି ବୋଲି ମଙ୍ଗଳବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି। ସେ ବାଗଦାଦିଙ୍କ ଉତ୍ତରାଧିକାରୀ ନାମ ସ୍ପଷ୍ଟ କରିନାହାନ୍ତି। ତେବେ ଜଣେ ଟପ୍ କୁର୍ଦ୍ଦିସ୍ ନେତାଙ୍କ ସୂଚନା ଅନୁସାରେ ବାଗଦାଦିଙ୍କର ମୁଖପାତ୍ର ତଥା ଡାହାଣ ହାତ ବୋଲାଉଥିବା ଆତଙ୍କୀର ନାମ ଅବୁ ହାସାନ ଅଲ-ମୁହାଜୀର। ଗତ ରବିବାର ସିରିଆର ଐନ୍ ଅଲ-ବାୟଦା ଗ୍ରାମ ଉପରେ ଆମେରିକା ସେନା ଚଢ଼ଉ କରି ତାକୁ ମାରି ଦେଇଥିବା କୁହାଯାଉଛି। ବାଗଦାଦିଙ୍କ ଗୁପ୍ତ ଆଡ୍ଡା ଉପରେ ଆକ୍ରମଣ କରାଯିବାର ପରଦିନ ଅଲ୍-ମୁହାଜୀରକୁ ମାରି ଦିଆଯାଇଛି।