ସପରିବାର ସହ ଅହମ୍ମଦାବାଦରେ ପହଞ୍ଚିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ- ବିଦେଶ By Nitidin On Feb 24, 2020 Share ନୂଆଦିଲ୍ଲୀ,ଏଜେନ୍ସି: ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେଠାରୁ ସେ କଡ଼ା ସୁରକ୍ଷା ବଳୟରେ ସାବରମତି ଆଶ୍ରମ ପାଇଁ ବାହାରିଛନ୍ତି। ପରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଡୋନାଳ୍ଡ ଟ୍ରମ୍ପଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଓ ଝିଅ ଓ ଜ୍ୱାଇଁ ପହଞ୍ଚିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଛନ୍ତି। ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ ନେଇ ବଡ଼ ଧରଣର ବ୍ୟବସ୍ଥା କରାଯାଇଛି। ପରେ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମରେ ଭାଗ ନେବେ ଦୁଇ ନେତା। ଏପଟେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସାରା ଦେଶରେ ଉତ୍ସାହ ମାହୋଲ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣସିରେ ମଧ୍ୟ ଏହି ଗସ୍ତକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ଟ୍ରମ୍ପଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୋମବାର ଦିନ ଆମେରିକା ସୁରକ୍ଷା ସର୍ବିସର ଟିମ୍ ଅହମ୍ମଦାବାଦରେ ପହଞ୍ଚିଛି । ଏହି ଟିମ୍ ସହ ସ୍ନାଇଫର ଡଗ୍ ମଧ୍ୟ ଆସିଛନ୍ତି । ଏହି ଡଗମାନେ ସରୁକ୍ଷାର ବ୍ୟବସ୍ଥାର ତଦନ୍ତ କରିବେ । ଡୋନାଲ୍ଡ ଟ୍ରମ୍ପ ଭାରତର ତିନୋଟି ସହର ପରିଦରର୍ଶନ କରିବେ । ତାଙ୍କ ଗସ୍ତ ଅହମ୍ମଦାବାଦରୁ ଆରମ୍ଭ ହେବ । ସନ୍ଧ୍ୟାରେ ଆଗ୍ରା ଯିବେ, ସେଠାରେ ଟ୍ରମ୍ପ ଦମ୍ପତ୍ତି ତାଜମହଲ ବୁଲି ଦେଖିବେ । ଟ୍ରମ୍ପଙ୍କ ଖାଦ୍ୟପେୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। Share