ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ୱାଶିଂଟନ୍,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ୍ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍ ବିଜୟୀ ହୋଇଛନ୍ତି। ତେବେ ତାଙ୍କୁ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ବିଜୟୀ ଘୋଷଣା କରାଯାଇନଥିଲେ ମଧ୍ୟ ବାଇଡେନ୍ ଓ ସହଯୋଗୀ କମଲ୍ ହ୍ୟାରିସ୍ ଇତି ମଧ୍ୟରେ ତାଙ୍କର ବିଜୟ ସମ୍ଭାଷଣ ଦେଇ ଆମେରିକାକୁ ନୂଆ ରୂପରେ ଗଢିବାକୁ ସଂକଳ୍ପ ନେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଟ୍ରମ୍ପଙ୍କ ସମର୍ଥକମାନେ ଇତି ମଧ୍ୟରେ ପ୍ରତିବାଦ ଜଣାଇ ପରାଜୟକୁ ସ୍ୱୀକାର କରିବୁ ନାହିଁ ବୋଲି କହିଛନ୍ତି। ଟ୍ରମ୍ପ ମଧ୍ୟ ଆଇନଗତ ଯୁଦ୍ଧ ଲଢିବାକୁ ଆଗେଇ ଆସିଛନ୍ତି।

ଏହାଦ୍ୱାରା ବାଇଡେନ ଓ କମଲା ହ୍ୟାରିସଙ୍କ ନିଯୁକ୍ତି ପ୍ରକ୍ରିୟା ବିଳମ୍ବିତ ହେବ। ଏହାର ଅର୍ଥ ନୁହେଁ ଯେ, ଟ୍ରମ୍ପ ବାଇଡେନଙ୍କ ଠାରୁ ରାଷ୍ଟ୍ରପତି ପଦ ଫେରାଇ ଆଣିପାରିବେ। ନିକଟରେ ବାଇଡେନ୍ କହିଥିଲେ, ଆମେରିକା ସରକାର ହ୍ୱାଇଟ୍ ହାଉସ୍ରୁ ଅନୁପ୍ରବେଶକାରୀଙ୍କୁ ବିଦା କରିବା ପାଇଁ ପୁରାପୁରି ସକ୍ଷମ। ଉଲ୍ଲେଖଯୋଗ୍ୟ ପୂର୍ବରୁ କିଛି ନେତା ନିର୍ବାଚନ ଫଳାଫଳକୁ ଅସ୍ୱୀକାର କରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ଅବଶେଷରେ ସେମାନଙ୍କୁ ପରିସ୍ଥିତି ସହ ବୁଝାମଣା କରିବାକୁ ପଡିଥିଲା।