ରାସ୍ତା ମଝିରେ ଜଳିଗଲା ଟ୍ରକ

ବାଲେଶ୍ୱର, ଏନ୍ଏନ୍ଏସ୍ : ମଝି ରାସ୍ତାରେ ଜଳିଗଲା ଟ୍ରକ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସନ୍ତୋଷପୁର ଛକ ନିକଟରେ। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ପୁରୁଣା ଟୋଲ ଗେଟ କାନ୍ଥରେ ପିଟି ହୋଇଯାଇଥିଲା। ଯାହା ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା।
ଖବର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିଲେ। ଟ୍ରକର ଇଞ୍ଜିନ ସମ୍ପର୍ଣ୍ଣ ଜଳି ଯାଇଥିବାବେଳ ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ସୂଚନା ମଳିଛି।