ଡିଭାଇଡ଼ରରେ ପିଟି ରାସ୍ତାକଡ଼କୁ ଓଲଟିଲା ଆଇରନ ବୋଝେଇ ଟ୍ରକ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚେମେଣା ନିକଟ ୪୯ନଂ ଜାତୀୟ ରାଜପଥରେ ୧୪ଚକିଆ ଆଇରନ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର ହୋଇଥିବା ବେଳ ହେଲପର ଆହତ ହୋଇଛନ୍ତି।

ବୁଧବାର ବିଳମ୍ବିତ ରାତ୍ରିରେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ ଯୋଡ଼ାରୁ ହଳଦିଆକୁ ଆଇରନ ନେଇ ଯାଉଥିବା ଏହି ୪୯ନଂ ରାଜପଥର ସମ୍ପ୍ରସାରଣ ଚାଲିଥିବା ବେଳ ଏକ ଡାଇଭର୍ସନ ପୋଲର ଡିଭାଇଡ଼ରରେ ବାଡେଇ ହୋଇ ଟ୍ରକଟି ଓଲଟି ପଡିଥିଲା । ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ହେଲପର ଆହତ ହୋଇଛନ୍ତି।

ଗୁରୁତର ଡ୍ରାଇଭରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି।