ଟ୍ରକ ଗାଡି ଆଗରେ ଧାନ ଲେଖା, ପଛ ପଟରେ ଇଟା: ଟ୍ରକ ଥାନାରେ ଅଟକ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ରେ ଦିନକୁ ଦିନ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ତହସିଲଦାର କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇଥିବା ଆଲୋଚନା ହେଉଛି। କାରଣ ବ୍ଲକ୍‌ ଅଞ୍ଚଳରେ ବିଭିନ୍ନ ବାଲି ଘାଟ ଏବଂ ଇଟା ଭାଟିରୁ ବେଆଇନ ଭାବେ ଚୋରା ଚାଲାଣ ହେଉଛି। ଖବରପାଇ ଆରଆଇ ମାନେ ଚଢ଼ଉ କରୁଛନ୍ତି, କିନ୍ତୁ ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେର ସବୁ ଜାଣିକି ଚୁପଚାପ ରହୁଥିବା ଅଭିଯୋଗ ହେଉଛି।

ଆଜି ବ୍ଲକ୍‌ର ବରଗାଁ ଛକ ନିକଟସ୍ଥ ଡଙ୍ଗରମୁଣ୍ଡା ଠାରୁ ବେଆଇନ ଭାବେ ଇଟା ଚୋରା ଚାଲାଣ ହେଉଥିବା ଆରଆଇ ସରୋଜ ଜାଲ, ମେଘନାଦ ଦୀପ, ଅଶ୍ୱିନୀ ଜାଲ ପ୍ରମୁଖ ଚଢ଼ଉ କରିଥିଲେ। କିନ୍ତୁ ଗାଡି ଆଗରେ ଧାନ ସଂଗ୍ରହ କରାଯାଉ ଥିବା ଭଳି ଏକ ପେପରେ ଛପା ଯାଇଥିବା ବେଳେ ପଛ ପଟରୁ ଇଟା ବୁହାଯାଉଥିଲା। ଏହା ଦେଖିବା ପରେ ସ୍ଥାନୀୟ ଥାନାକୁ ଆଣି ପୁଲିସକୁ ଜିମା ଦେଇଥିଲେ। ଏ ସମ୍ପର୍କରେ ସଇଁନ୍ତଲା ତହସିଲଦାର ସୁରେନ୍ଦ୍ର ମେହେରଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ପ୍ରକାର ସୂଚନା ନଥିବା କହିଥିଲେ।

ଏଠାରେ ପ୍ରଶ୍ନ ଉଠେ ଯେ ଆରଆଇ ମାନେ ତହସିଲଦାରଙ୍କୁ ଖବର ଦେଲେ ତାଙ୍କ ଗାଡି ପହଞ୍ଚିବା ପରେ ଟ୍ରକଟି ଥାନାକୁ ଗଲା ହେଲେ ତହସିଲଦାର ବାବୁ ଜଣକ ଜାଣି ପାରିଲେ ନାହିଁ କେମିତି ଓ ଭିତିରିଆ ଭାବେ ବାବୁଙ୍କର ମଧୁଚନ୍ଦ୍ରିକା ଚାଲି ନାହିଁତ ବୋଲି ବୁଦ୍ଧିଜୀବୀ ମହଲରେ ଅନେକ ଚର୍ଚ୍ଚା ହେଉଛି।ଆରଆଇ ମାନେ ତତଲାଖରାରେ ସିଝି ଗାଡିକୁ ଅଟକ ରଖିଛନ୍ତି ହେଲେ ବାବୁ ଜଣକ ଭିତିରିଆ ଡିଲ କରି ଘଟଣାକୁ ଚପେଇ ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ଜଣାପଡିଛି।

ଅନ୍ୟପଟେ ଗାଡିଟି ବଲାଙ୍ଗୀର ଯାଉଥିବା ବେଳେ ଗାଡି ମାଲିକ ରୋହିତ ଅଗ୍ରୱାଲ (ଓଆର-୧୯ବି-୩୬୬୨) ବୋଲି ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ ତହସିଲ ବିଭାଗ ପକ୍ଷରୁ ଫାଇନ ଆଦାୟ କରିନଥିବା ବେଳେ ପ୍ରଶାସନକୁ ୫୦ ହଜାର ଟଙ୍କା ଫାଇନ ଦେବା ପାଇଁ ଦାବି କରାଯାଉଥିବା ଜଣାପଡିଛି।