ଗଞ୍ଜେଇ ସହ ଟ୍ରକ୍ ଜବତ: ଡ୍ରାଇଭର ଗିରଫ

ବାଲିଗୁଡା,ଏନ୍ଏନ୍ଏସ୍: ବାଲିଗୁଡାରୁ ବ୍ରହ୍ମପୁରକୁ ଏକ ଟ୍ରକ୍ ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୁଲିସ ଟ୍ରକ୍ ଜବତ କରି ଡ୍ରାଇଭରକୁ ଗିରଫ କରିଛି। ଏଥିରୁ ୨୦କିଲୋ ୫୦୦ଗ୍ରାମ ଗଞ୍ଜେଇ ଜବତ ହୋଇଛି। ବାଲିଗୁଡା ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ସଦଳବଳେ ପାଟ୍ରୋଲିଂ କରୁଥିବା ସମୟରେ ଗାଡିକୁ ଅଟକ ରଖିଥିଲେ। ଗଞ୍ଜେଇ ଚାଲାଣ ଅଭିଯୋଗରେ ଟ୍ରକ୍ ଡ୍ରାଇଭର ସାଧୁ ଚରଣ ମହାପାତ୍ରଙ୍କୁ ଗିରଫ କରିବା ସହ ଏକ ମକଦ୍ଦମା ରୁଜୁ କରି କୋର୍ଟଚାଲାଣ କରାଯାଇଛି। ଏନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଡିଏସପି ମନୋଜ କୁମାର ପୂଜାରୀ ପ୍ରକାଶ କରିଛନ୍ତି ।