ଟୋଲ ଗେଟ୍‌କୁ ଧକ୍କା ଦେଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଗାନ୍ଧୀଛକ ନିକଟରେ ଥିବା ଟୋଲ ଗେଟ୍‌କୁ ଏକ ଟ୍ରକ ଧକ୍କା ଦେଇଛି। ଫଳରେ ଫଳରେ ଟୋଲ ଗେଟ୍‌ଟି ଭାଙ୍ଗି ଯାଇଛି। ତେବେ ସେହି ସମୟରେ ଟୋଲ ଗେଟ୍‌ ଚେକିଂରେ ଥିବା କର୍ମଚାରୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ତେବେ ଅସାବଧାନତା ଏବଂ ଦ୍ରୁତଗତି ଯୋଗୁଁ ଟ୍ରକକୁ ନିୟନ୍ତ୍ରଣ କରି ନପାରି ଟୋଲ ଗେଟ୍‌କୁ ଧକ୍କା ଦେଇଥିଲା। ଏ ନେଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକଟିକୁ ଉଦ୍ଧାର କରିଛି। ।