ଘାଟିରୁ ୫୦ଫୁଟ ତଳକୁ ଟ୍ରକ ଖସି ୨ମୃତ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏକ ମାଲ ବୋଝେଇ ଟ୍ରକ ଘାଟିରୁ ୫୦ଫୁଟ ତଳକୁ ଖସିପଡ଼ିବାରୁ ଡ୍ରାଇଭର ସମେତ ୨ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଟ୍ରକଟି ଲୁହା ସ୍କ୍ରାପ ବୋଝେଇ କରି ଚଣ୍ଡୀଗଡ଼ରୁ କୋଲକାତା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ଅନ୍ୟପଟେ ଗୁରୁତର ଆହତଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାଯାଇଛି।