ପାହାଳ ନିକଟରେ ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍‌। ଘଟଣାସ୍ଥଳରେ ୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠସ୍ଥ ପାହାଳରେ ଘଟିଛି ଏହି ଘଟଣା।
ସୂଚନା ଅନୁସାରେ ଏକ ବାଲି ବୋଝେଇ ଟ୍ରକ୍ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବାବେଳେ ହାଠତ୍ ପାହାଳ ଛକ ନିକଟରେ ଇଞ୍ଜିନରୁ ଧୂଆଁ ବାହାରିଥିଲା। ଏହା ଦେଖି ଡ୍ରାଇଭର୍ ଓ ହେଲପର୍ ଗାଡ଼ି ଅଟକାଇ ଡେଇଁ ପଡ଼ିଥିଲେ। ତା’ପରେ ଟ୍ରକଟି ଜଳିବାକୁ ଆରମ୍ଭ କରିଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହା ମଧ୍ୟରେ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି।