ଭାରସାମ୍ୟ ହରାଇ କଲଭର୍ଟକୁ ଓଲଟିଲା ଲୁହା ବୋଝେଇ ଟ୍ରକ ୨ ମୃତ, ଜଣେ ଗୁରୁତର

ବାରିପଦା,ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ମଧ୍ୟଦେଇ ଯାଇଥିବା ୬୮ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟି ନିକଟରେ ନଭେମ୍ବର ୧୮ ପୂର୍ବାହ୍ନ ପ୍ରାୟ ସାତଟା ସମୟରେ ଭାରସାମ୍ୟ ହରାଇ କଲଭର୍ଟ ଭିତରକୁ ଓଲଟି ପଡ଼ିଲା ଛତିଶଗଡ଼ରୁ କୋଲକାତା ଅଭିମୁଖେ ଯାଉଥିବା ଲୁହା ବାର ବୋଝେଇ ଟ୍ରକ । ସ୍ଥାନୀୟ ଜନସାଧାରଣ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ଟ୍ରକ ଭିତରେ ରହିଥିବା ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଏମାନଙ୍କ ମଧ୍ୟରୁ ଦଇ ଜଣଙ୍କର ମୃତ୍ୟୁ ହୋଇଥିବା ସମୟରେ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ ।

ଆହତ ଦିଲ୍ଲୀପ ଦାସଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ପ୍ରଥମେ ବାଙ୍ଗିରିପୋଷି ହସପିଟାଲରେ ଭର୍ତି କରାଯାଇଥିଲା ଓ ଅବସ୍ଥା ସଙ୍କଟାପ୍ନ ରହିଥିବାରୁ ତାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଖବରପାଇ ବାଙ୍ଗିରିପୋଷି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଟ୍ରକରେ ଥିବା ମୋବାଇଲ ନମ୍ବରେ ମାଲିକଙ୍କୁ ତୁରନ୍ତ ଡ଼କାଇଥିବାର ଜଣାପଡ଼ିଛି ।