ରାସ୍ତାରେ ହୁ ହୁ ହୋଇ ଜଲିଗଲା ଟ୍ରକ

ପାଟଣାଗଡ,ଏନ୍ଏନ୍ଏସ୍: ଆଜି ସକାଳ ୯ଘଣ୍ଟା ସମୟରେ ପାଟଣାଗଡରୁ ଯୋଗୀମୁଣ୍ଡା ଯାଉଥିବା ସମୟରେ ବାଲିପଟା ନିକଟରେ ଏକ ଚଳନ୍ତା ଟ୍ରକ (ଓଆର-୧୪ଡି-୨୧୫୭)ରେ ହଠାତ ନିଆ ଲାଗିଯିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ଖବରରୁ ପ୍ରକାଶ ଯେ ପାଟଣାଗଡ ଯୋଗାଣ ବିଭାଗର ଟ୍ରାନ୍ସପୋର୍ଟ ଏଜେଣ୍ଟ ବିକାଶ ରଞ୍ଜନ ପାତ୍ର ସବୁଦିନ ପରି ଯୋଗୀମୁଣ୍ଡାରୁ ଚାଉଳ ଆଣି ବିଭିନ୍ନ ପଞ୍ଚାୟତକୁ ଟ୍ରକରେ ପଠାଇଥାନ୍ତି। ଆଜି ଯୋଗୀମୁଣ୍ଡାକୁ ଚାଉଳ ଆଣିବା ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଖବରପାଇ ପାଟଣାଗଡ଼ ଦମକଳ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ।