ପାଟଣା,ଏନ୍ଏନ୍ଏସ୍ : ତୁରୁମୁଙ୍ଗା ଥାନା ଚମ୍ପୁଆ ରାସ୍ତାର ଝାରବେଡ଼ା ଗ୍ରାମରେ ଟ୍ରକ ଧକ୍କାରେ ଜଣେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ତେନ୍ତଳା ଗ୍ରାମର ବିରଞ୍ଚି ଦାସ( ୭୦) ।
ସୂଚନା ଅନୁଯାୟୀ, ସେ ସାଇକେଲ ଯୋଗେ ନିଜ ଗ୍ରାମରୁ ତୁରୁମୁଙ୍ଗାକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଜୋରରେ ହେଇଥିଲା ଯେ ରାସ୍ତା କଡରେ ଥିବା ଏକ ଘରର ଚାଳ ଉପରେ ତାଙ୍କ ମୃତ ଦେହ ଲାଖି ରହିଥିଲା । ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଉଥିବା ସମୟରେ ବାରିଆ ଥାନା ଜ୍ୟୋତିପୁର ନିକଟରେ ଟ୍ରକକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି ।
ପରିବାର ଲୋକେ ନ ଆସିବା ପୁର୍ବରୁ ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ କେନ୍ଦୁଝରକୁ ନେଇଯାଇଥିବା ଏବଂ କ୍ଷତିପୁରଣ ଦାବିରେ ପରିବାର ଲୋକେ ଝାରବେଡ଼ା ଠାରେ ୪୯ ନମ୍ବର ରାଜପଥକୁ ଅବରୋଧ କରିଛନ୍ତି ।ପୋଲିସ କାହିଁକି ଶବକୁ ଉଠାଇନେଲା ଏବଂ କ୍ଷତିପୂରଣ ଦାବିରେ ଉତେଜନା ସୃଷ୍ଟି ହୋଇଛି।