ଆଳୁ ବୋଝେଇ ଟ୍ରକ୍ ଧକ୍କାରେ ଗୋଟିଏ ପରିବାରର ୫ ଗୁରୁତର

ଭଦ୍ରକ,ଏନ୍ଏନ୍ଏସ୍: ଭଦ୍ରକର ୧୬ନଂ ଜାତୀୟ ରାଜପଥ ଭଣ୍ଡାରୀପୋଖରୀ ଠାରେ ଶନିବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି।

ସୂଚନା ଅନୁସାରେ ଏକ କାର୍ ଯୋଗେ ସେମାନେ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ କରି ପଶ୍ଚିମବଙ୍ଗ ଫେରୁଥିବାବେଳେ ଭଦ୍ରକ ଠାରେ ଏକ ଆଳୁ ବୋଝେଇ ଟ୍ରକ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କାରର ପଛ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତେବେ ଏଥିରେ ଉକ୍ତ ଗାଡ଼ିରେ ଥିବା ୫ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ପରେ ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି କାର୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।