କଳିଙ୍ଗାଘାଟିରେ ଲୁହାପଥରର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ

ଫୁଲବାଣୀ,ଜି.ଉଦୟଗିରି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା କଳିଙ୍ଗା ଘାଟିରେ ଆଜି ଏକ ଲୁହାପଥର ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗାଡ଼ିର ଚାଳକ ଓ ହେଲ୍ପର ଆହତ ହୋଇଛନ୍ତି। ତେବେ ଘାଟିର ଭାଲିଆପଟା ନିକଟ ବୁଲାଣିରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲ। ସୂଚନା ଅନୁସାରେ, କୋଇଡ଼ା ବଲବିଲରୁ ଲୁହାପଥର ବୋଝେଇ ଟ୍ରକ୍ଟି ଆଜି ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗାଘାଟିରେ ଗାଡ଼ିଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ ଗାଡ଼ିର ଚାଳକ ଉସ୍ତାବୁଲ୍ ଅନସାରୀ (ଝାଡ଼ଖଣ୍ଡ) ଓ ହେଲ୍ପର ମୋବିନ୍ ଅନସାରୀ(୨୦) ଗୁରୁତର ହୋଇପଡ଼ିଥିଲେ। ଖବର ପାଇ ତୁରନ୍ତ ପୁଲିସ୍ ସହିତ ବହୁ ସ୍ୱେଚ୍ଛାସେବୀ ସେଠାରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜି.ଉଦୟଗିରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗାଡ଼ି ଚାଳକଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।