ଟିଆରଏଲ କ୍ରୋସାକି କମ୍ପାନୀକୁ ମିଳିଲା ଓଡ଼ିଶା ଏକ୍ସପୋର୍ଟ ଆୱର୍ଡ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ୨୦୧୮-୧୯ ବର୍ଷରେ ରପ୍ତାନିରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବେଲପାହାଡ଼ ଗୁମାଡ଼େରାସ୍ଥିତ ଟିଆରଏଲ କ୍ରୋସାକି କମ୍ପାନୀକୁ ଓଡ଼ିଶା ଏକ୍ସପୋର୍ଟ ଆୱର୍ଡ ୨୦୧୮-୧୯ ମିଳିଛି। ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ୨୨ ତାରିଖ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ପି କେ ଜେନାଙ୍କଠାରୁ ଟିଆରଏଲ କ୍ରୋସାକିର କର୍ପୋରେଟ୍ ସର୍ଭିସେସ୍ ବିଭାଗର ଭାଇସ ପ୍ରେସିଡେଣ୍ଟ ଡା. ତାରାପଦ ଦାସ ସାର୍ଟିଫିକେଟ ଏବଂ ଟ୍ରଫି ପୁରସ୍କାର ଆକାରରେ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ କମ୍ପାନୀ ୨୦୧୮-୧୯ ବର୍ଷ ପାଇଁ କେପକସିଲ ଦ୍ୱାରା ଟପ୍ ଏକ୍ସପୋର୍ଟ ଆୱାର୍ଡ ପାଇଛି। ଟିଆରଏଲ କ୍ରୋସାକି, ଭାରତର ୧ ନମ୍ବର ଏବଂ ବୃହତ୍ତମ ରିଫାକ୍ଟୋରୀ ସାମଗ୍ରୀର ରପ୍ତାନିକାରୀ କମ୍ପାନୀ। ଭାରତରୁ ରପ୍ତାନି ହେଉଥିବା ସମସ୍ତ ରିଫାକ୍ଟୋରୀଗୁଡିକର ପ୍ରାୟ ୩୫ ପ୍ରତିଶତ ଟିଆରଏଲ କ୍ରୋସାକି ରପ୍ତାନି କରିଥାଏ।