ତ୍ରିପଲ୍ ରାଇଡିଂ ପୁଲିସ ବାବୁଙ୍କୁ ପଡ଼ିଲା ମହଙ୍ଗା

ଭୁବନେଶ୍ୱର,ଏନ୍ଏନ୍ଏସ୍: ନିଜ ସ୍କୁଟିରେ ଦୁଇ ଜଣଙ୍କୁ ବସାଇନେଇ ଯାଉଥିବା ଯୋଗୁଁ ପୁଲିସ ବାବୁଙ୍କୁ ଫାଇନ୍ ପଡ଼ିବ। ଏ ନେଇ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଟିର ମାଲିକ ଜଣଙ୍କ ହେଲେ କମିଶନରେଟ୍ ପୁଲିସର ସବ୍ ଇନ୍ସିପେକ୍ଟର ସନ୍ତୋଷ କୁମାର ଭଞ୍ଜ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ନିଜ ହୋଣ୍ଡା ଆକ୍ଟିଭା ସ୍କୁଟିରେ ଏକ ପୁଲିସ ବାବୁ ତାଙ୍କ ସାଥିରେ ଦୁଇଜଣଙ୍କୁ ବସାଇ ଭୁବନେଶ୍ୱର ରାସ୍ତାରେ ବୁଲୁଥିଲେ। ଯାହାକୁ ନେଇ ଜଣେ ଯୁବକ ପୁଲିସ କମିଶନରଙ୍କୁ ଉକ୍ତ ଫଟୋ ସହ ଟ୍ୱିଟ୍ କରିଥିଲେ। ଏହି ସୂଚନା ପାଇବା ପରେ ପୁଲିସ ବାବୁଙ୍କର ମଧ୍ୟ ଚାଲାଣ କଟାଯିବ ବୋଲି କମିଶନର ନିର୍ଦ୍ଦେଶ ଦେଇଥିଲେ।