ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଲିସ ମାଓବାଦୀ ସଂଘର୍ଷରେ ସହିଦ ୨୨ ଯବାନଙ୍କୁ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସୁବାଷ ବୋଷ ଛକଠାରେ ଟିମ ୱିକେନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଏଥିରେ ମାଲକାନଗିରି ଏସଡିପିଓ ଅଂଶୁମାନ ଦ୍ୱିବେଦୀ, ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ, ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଟିମ୍ ୱିକେନର ସଦସ୍ୟ ସୁନିଲ ସୋମାନୀ, ସୁଧିର କୁମାର ଜେନା, ଭବାନୀ ଶଙ୍କର ପାଟଲୀ, ଅମରେଶ ମାହୁନ୍ତ, ରାମକୃଷ୍ଣ ଭଞ୍ଜ, ଆକାଶ ପ୍ରଧାନ, ମାନସ ସୁନା, ରାଜା ପାତ୍ର, ଜାନକି ପଟ୍ଟନାୟକ, ଅମରେନ୍ଦ୍ର ଦାସ, ଏନ.ବାଲାଙ୍କ ସହ ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିବୃନ୍ଦ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମୟରେ ସହରବାସୀଙ୍କ ପକ୍ଷରୁ ବୀର ଯବାନ ଅମର ରହେ ସ୍ଲୋଗାନ ଦିଆଯାଇଥିଲା।