ଅଜିତ ଦାସଙ୍କୁ ଶ୍ରଦ୍ଧାଳି

ଝାରସୁଗୁଡା,ଏନ୍ଏନ୍ଏସ୍: ଓଡିଆ ସିନେ ଜଗତର ମହାନ କଳାକାର ଅଜିତ ଦାସଙ୍କୁ ଆଜି ମିରର ଥିଏଟର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଶ୍ରୀ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନିଟ ନିରବ ପ୍ରର୍ଥନା କରାଯାଇଛି। ଏହି ଅବସରେ ମିରର ଥିଏଟରର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ପ୍ରଧାନ କହିଛନ୍ତି ଓଡିଆ ସିନେମା ହେଉ ବା ଥିଏଟର ସବୁଥିରେ ପାରଙ୍ଗମ ଥିଲେ ଅଜିତ ଦାସ। ସେ ଓଡିଆ କଳାକାରମାନଙ୍କୁ ଉତ୍ସାହିତ କରିବା ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର ଗୃପ ପ୍ରତିଷ୍ଠା କରିଥିଲେ। ଯାହାଦ୍ୱାରା ଯୁବ କଳାକାରମାନଙ୍କୁ ସେ ତାଲିମ ପ୍ରଦାନ କରୁଥିଲେ। ହର ପଟ୍ଟନାୟକଙ୍କ ପରି ମହାନ କଳାକାର ଓଡିଆ ସିନେ ଜଗତକୁ ଶ୍ରୀ ଆଜିତ ଦାସଙ୍କ ଦାନ। ତାଙ୍କର ମୃତ୍ୟୁ ସିନେ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି। ଏହି ଅବସରରେ ଜେନାମଣି ସେଠ, ଅଭିମନ୍ୟୁ ସା, ସରୋଜ ମିର୍ଦ୍ଧ, ଗୌରୀଶଙ୍କର କୁମ୍ଭାର, ହେମସାଗର ବଗର୍ତି ପ୍ରମୁଖ ଉପସ୍ଥିତ ଥିଲେ।