ସେବା ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ବିଜେପି ପକ୍ଷରୁ ସାରା ଦେଶରେ ପାଳନ ହେଉଛି ସେବା ସପ୍ତାହ। ଏହି ଅବସରରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ହେଉଛି। ଏନେଇ ବିଜେପିର କାର୍ଯ୍ୟକର୍ତ୍ତାମାନେ ଗଛ ଲଗାଇବା ସହିତ ବୃକ୍ଷ ହିିଁ ଜୀବନ, ଆମ ପରିବେଶ ଆମ ଦାୟିତ୍ୱ ପ୍ରଭୃତି ପ୍ଲା କାର୍ଡ ଧରି ଲୋକଙ୍କୁ ସଚେତନ କରାଉଛନ୍ତି। ଏହି ସମୟରେ ବିଜେଏମୱାଇର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ନାୟକ ଉପସ୍ଥିତ ଥିଲେ।