ଗୁରୁତର ସାଂସଦଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

ନବରଙ୍ଗପୁର,ଏନ୍ଏନ୍ଏସ୍: କରୋନାରେ ଆକ୍ରାନ୍ତ ହେବାପରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ହୋମ୍ ଆଇସୋଲେସନରେ ରହି ଚକିତ୍ସିତ ହେଉଥିଲେ। କିନ୍ତୁ ଶନିବାର ହଠାତ୍ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନବରଙ୍ଗପୁର କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଶ୍ରୀ ମାଝୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କୋଭିଡ୍ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡା. ସନ୍ତୋଷ କୁମାର ନାଗ କହିଛନ୍ତି।

ପ୍ରକାଶଥାଉ କି, ସାଂସଦ ଶ୍ରୀ ମାଝୀ କରୋନା ପଜିଟିଭ ଚିହ୍ନଟ ହୋଇ ଗତ ୪ତାରିଖରୁ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅର୍ଜୁନ ତ୍ରିପାଠୀଙ୍କ ସମେତ ମୋହନ ରାଓ, ସୁନୀଲ ସାହୁ, ବିଜୟ ରଥ, ହରିହର ବିଶୋଇ, ସିତୁ ଦାଶ, ଲକି ମାଝୀ, ଜଗବନ୍ଧୁ ଜାନୀ ପ୍ରମୁଖ ଆଶୁ ଆରୋଗ୍ୟ କାମନା କରିଛନ୍ତି।