ବ୍ରେକ୍‌ ଫେଲ୍‌ ହୋଇ ରେଳ ଲାଇନରେ ଫସିଲା ଟ୍ରଲର

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ଏକ ଟ୍ରଲରର ବ୍ରେକ୍‌ ଫେଲ୍‌ ହୋଇ ରେଳ ଲାଇନ ଉପରେ ଚଢ଼ିଯାଇଥିବା ବେଳେ ମୁନିଗୁଡ଼ା ରାୟଗଡ଼ା ମଧ୍ୟରେ ଟେନ୍‌ ଚଳାଚଳ ବାଧା ପ୍ରାପ୍ତ ହୋଇଛି। ଟ୍ରଲରଟି ବିଶାଖାପାଟଣାରୁ ଆଲୁମିନିୟମ ପାଉଡର ବୋଝେଇ କରି ଝାରସୁଗୁଡା ଅଭିମୁଖେ ଯିବା ସମୟରେ ମୁନିଗୁଡ଼ା ରେଳ ଫାଟକ ନିକଟରେ ବ୍ରେକ୍‌ ଫେଲ ହୋଇଥିଲା। ତେବେ ଡ୍ରାଇଭର ଜଣଙ୍କ ଆକସ୍ମିକ ବୁଦ୍ଧି ଖଟାଇ ଗାଡ଼ିଟିକୁ ରେଳ ଲାଇନ ଆଡକୁ ବୁଲାଇ ଦେଇଥିଲେ। ଫଳରେ ବହୁ ଧନଜୀବନ ବଞ୍ଚି ଯାଇଛି। ଘଟଣା ପରେ ମୁନିଗୁଡ଼ା ରେଳବାଇ ପୁଲିସ ଓ ରେଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।