ଭୁବନେଶ୍ୱର,ଏନ୍ଏନ୍ଏସ୍ : ଶୁକ୍ରବାର ରାତିରେ ଦୁଇ ଜଣ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ତଥ୍ୟ ଆଜି ପ୍ରକାଶ ପାଇଛି । ସେଥିମଧ୍ୟରୁ ଜଣେ ୩୫ ବର୍ଷୀୟ ମହିଳା ଏବଂ ୨୩ ବର୍ଷୀୟ ପୁରୁଷ ଏ ନେଇ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ପ୍ରଦାନ କରାଯାଇଛି । ଯିଏକି ୟୁନିଟ ୪, ମଧୂସୁଦନ ନଗରରୁ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ସଂପର୍କୀୟ ବୋଲି ଜଣାପଡିଛି ।