ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ

ଲକ୍ଷ୍ନୌ,ଏଜେନ୍ସି: ସୋମବାର ଉତ୍ତର ପ୍ରଦେଶର ଆଜମଗଡ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟରୱା ଖୈରୁଦ୍ଧିନପୁର ଅଞ୍ଚଳ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବିମାନର ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିବା ପୁଲିସ କହିଛି। ପାଇଲଟ୍‌ମାନଙ୍କୁ ତାଲିମ ଦେବାରେ ବ୍ୟବହୃତ ଏହି ବିମାନଟି ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଆକାଶରୁ ଖସି ବିଲରେ ପଡିଯାଇଥିଲା। ଫଳରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିଲା।

ଏହା ଆମେଥିସ୍ଥିତ କେନ୍ଦ୍ର ସରକାରଙ୍କ ପରିଚାଳିତ ବିମାନ ଉଡାଣ ତାଲିମ୍ ପ୍ରତିଷ୍ଠାନ ‘ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡାଣ ଏକାଡେମି’ର ବିମାନ। ଗାଁ ମୁଖିଆ ଏହି ଦୁର୍ଘଟଣା ସମ୍ବାଦ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ। ସୂଚନା ପାଇବା ପରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ପୁଲିସ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଘଟଣାସ୍ଥଳରୁ ଯାଇଥିଲେ ଏବଂ ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବିମାନର ଭଗ୍ନାଂଶ ହଟାଯାଇ ପାଇଲଟ୍‌ଙ୍କ ଶବ ବାହାର କରାଯାଇଥିବା କଥା ଆଜମଗଡ ପୁଲିସ କହିଛି।