ଚାଇଲ୍ଡ ଲାଇନ ପକ୍ଷରୁ ବାଳିକାଙ୍କ ପାଇଁ ତାଲିମ ଶିବିର

ଝାରସୁଗଡ଼ା,ଏନ୍ଏନ୍ଏସ୍: ଚାଇଲ୍ଡ ଲାଇନ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ଚାଇଲ୍ଡ ଲାଇନ ସହ ବନ୍ଧୁତା କାର୍ଯ୍ୟକ୍ରମ ଆନୁକୂଲ୍ୟରେ କିଶୋରୀ ବାଳିକାଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା ଶିଶୁ ସୁରକ୍ଷା, ବାଲ୍ୟ ବିବାହ ନିଷେଧ ଆଇନ ଏବଂ ପକସୋ ଆଇନ ବିଷୟରେ ବାଳିକାଙ୍କୁ ଅବଗତ କରାଇଥିଲେ। ଏହାସହ ନିଜର ଆଖପାଖ ଅଞ୍ଚଳକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ସେ ବାଳିକାଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଚାଇଲ୍ଡ ଲାଇନ କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ସଦସ୍ୟ ରାଧେଶ୍ୟାମ ନାୟକ, ଡୋଲାମଣୀ ସେଠ୍, ଜ୍ୟୋତ୍ସ୍ନା ପ୍ରଧାନ, ଉର୍ମିଳା ପଟେଲ, କୁଳଦୀପ ପଟେଲ, ମହିଳା ସ୍ୱାସ୍ଥ୍ୟକର୍ମୀ ତୁରଙ୍ଗିନୀ ପଟେଲ, ଅଙ୍ଗନବାଡ଼ି କର୍ମୀ ମମତା ପଟେଲ, ଅହଲ୍ୟା ମଗର, ଆଶାକର୍ମୀ ବନ୍ଦିତା ନାଗ ଓ ପୁଷ୍ପାଞ୍ଜଳି ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ।