ଟ୍ରେନରେ କଟି ଶହେରୁ ଅଧିକ ଛେଳି, ମେଣ୍ଢା ମୃତ

ଖଲ୍ଲିକୋଟ,ଏନ୍ଏନ୍ଏସ୍: ଖଲ୍ଲିକୋଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ରେନରେ କଟି ଶହେରୁ ଊଦ୍ଧ୍ୱର୍ ଛେଳି ଓ ମେଣ୍ଢାର ମୃତ୍ୟୁ ହୋଇଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଗୁରାପଲ୍ଲୀ ଗ୍ରାମର ପୂର୍ବ ଦିଗରେ ରେଳପଥ ଓ ପଶ୍ଚିମ ଦିଗରେ ୧୬ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ଗ୍ରାମରେ ବିଶେଷତଃ ଗୋଲା ସମ୍ପ୍ରଦାୟର ଲୋକ ବାସ କରନ୍ତି। ଗ୍ରାମର ଅଧିବାସୀମାନେ ଛେଳି, ମେଣ୍ଢା ପାଳନ କରି ଜୀବିକା ନିର୍ବାହ କରିଥାନ୍ତି।

ଗ୍ରାମର ଜି.ଗଣପତି ପାତ୍ର ଓ ଏସ.ଭାରତ ପାତ୍ର ସନ୍ଧ୍ୟାରେ ଛେଳି, ମେଣ୍ଢା ଚରାଇବାକୁ ଯାଇଥିବାବେଳେ ରେଳଧାରଣାର ଏକ ପାଶ୍ୱର୍ରେ ଛେଳି ଓ ମେଣ୍ଢା ହଠାତ୍ ଉପରକୁ ଦୌଡ଼ି ପଳାଇ ଆସିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ହାୱଡା-ସିକନ୍ଦରାବାଦ ଫାଲକ୍ନାମା ଏକ୍ସପ୍ରେସ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ କିଛି ସମୟ ପାଇଁ ଟ୍ରେନ ଚଳାଚଳରେ ବ୍ୟାଘାତ ହୋଇଥିଲା। ପ୍ରାୟ ୨କିମି ବ୍ୟାପି ଛେଳି ମେଣ୍ଢାର ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଛେଳି, ମେଣ୍ଢା ଚରାଳିମାନଙ୍କୁ ସରକାରୀ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।