ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଉରକେଲା-ଭୁବନେଶ୍ୱର-ରାଉରକେଲା (୦୨୮୬୧/୦୨୮୬୨) ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ମିଳିଛି । ଏହି ଟ୍ରେନ୍ଟି ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ରାଉରକେଲାରୁ ପୂର୍ବାହ୍ଣ ୫ଟା ୧୦ମିନିଟ୍ରେ ଛାଡ଼ି ଭୁବନେଶ୍ୱରରେ ସେହି ଦିନ ସାଢ଼େ ୧୨ଟାରେ ପହଞ୍ଚିଥାଏ ।
ସେହିପରି ଫେରିବା ବେଳେ ଟ୍ରେନଟି ଶନିବାର ଏବଂ ରବିବାର ବ୍ୟତୀତ ପ୍ରତିଦିନ ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ ମିନିଟ୍ରେ ଛାଡ଼ି ରାଉରକେଲାରେ ରାତି ୯ଟା ୪୦ ମିନିଟ୍ରେ ପହଞ୍ଚିବ । ଏହି ଟ୍ରେନ୍ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ଉଭୟ ଦିଗରୁ ରାଜଗାଙ୍ଗପୁର, ବାମରା, ଝାରସୁଗୁଡା, ରେଙ୍ଗାଲୀ, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ୍, ଢେଙ୍କାନାଳ ଏବଂ ନରାଜ ମାର୍ଥାପୁରରେ ରହଣି କରିବ ।