ଚଳନ୍ତା ଟ୍ରେନରୁ ଅଲଗା ହୋଇଗଲା ଭୁବନେଶ୍ୱର-ବିଶାଖା-ସିକନ୍ଦରବାଦ ଏକ୍ସପ୍ରେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍:ଭୁବନେଶ୍ୱର-ବିଶାଖା-ସିକନ୍ଦରବାଦ ଏକ୍ସପ୍ରେସ୍ ଚାଲୁଥିବା ସମୟରେ ଟ୍ରେନର ବଗି ଦୁଇ ଭାଗ ହୋଇଯାଇଥିଲା। ବାଲୁଗାଁ ବଡକୂଳ ରେଲୱେ କ୍ରସିଂ ପୂର୍ବରୁ ଏହି ଘଟଣାଟି ଘଟିଛି। ଟ୍ରେନ୍ ଇଞ୍ଜିନ ସହିତ ଏସି ବଗି ଲାଗି ଚାଲୁଥିବା ବେଳେ ଅବଶିଷ୍ଟ ବଗି ବିନା ଇଞ୍ଜିନରେ ଟ୍ରାକ୍ ରେ ଗଡିଚାଲୁଥିଲା। କିଛି ସମୟ ପରେ ବିନା ଇଂଜିନରେ ଚାଲୁଥିବା ବଗିଟି ଆପେ ଆପେ ରହିଯାଇଥିଲା।

ଏହି ଘଟଣାକୁ ଦେଖି ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଅନେକ ଚଳନ୍ତା ଟ୍ରେନରୁ ଡେଇଁ ପଡିଥିଲେ। ତେବେ ଉକ୍ତ ଟ୍ରେନରେ ଥିବା ଜଣେ ଯାତ୍ରୀ ଶ୍ରୀମା ଶତପଥୀ ତୁରନ୍ତ ଏହି ଘଟଣାକୁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ରେଳ ବିଭାଗକୁ ଜଣାଇଛନ୍ତି। ଏହାସହ ନିଜ ଫେସବୁକ୍ ପେଜ୍ ରେ ଉକ୍ତ ଘଟଣାକୁ ଲେଖିଛନ୍ତି।