ଶଗଡ଼କୁ ଧକ୍କା ଦେଲା ଟ୍ରେନ : ୫ମୃତ, ୨ଗୁରୁତର

ପାଟନା : ବିହାରର ହସନପୁର ରେଳ ଷ୍ଟେସନ ନିକଟ ସମସ୍ଥିପୁର-ଖଗଡ଼ିଆ ରେଳ ଡିଭିଜନ ନିକଟରେ ଗୁରୁବାର ଶଗଡ଼ ଗାଡିକୁ ଏକ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି। ଏଥିରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।