ଲଗାଣ ବର୍ଷା ଯୋଗୁଁ ୩ ଟ୍ରେନ ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲଗାଣ ବର୍ଷା ଯୋଗୁଁ ଅନେକ ଟ୍ରେନ ବାତିଲ ହୋଇଯାଇଛି। ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍ ଚଳାଚଳ ଉଭୟ ପାର୍ଶ୍ୱରୁ ବନ୍ଦ ରହିଛି। ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସକୁ ମଧ୍ୟ ବାତିଲ୍ କରାଯାଇଛି।

ଏହାବ୍ୟତୀତ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍ ଟ୍ରେନ୍ ଆଜି ପାଇଁ ବାତିଲ୍ ହୋଇଛି। ବିଶାଖାପାଟଣା-ବ୍ରହ୍ମପୁର ଓ୍ୱାନ୍ ପେୟାର ପାସେଞ୍ଜର ଟ୍ରେନ୍ ଉଭୟ ପଟୁ ବାତିଲ୍ ହୋଇଥିବା ବେଳେ କାଲି ଯିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ବାତିଲ ହୋଇଛି। ଏଥିଯୋଗୁ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ହଇରାଣ ହେଉଥିବା ଜଣାଯାଇଛି।