ଟ୍ରେନ ଧକ୍କାରେ ଯୁବକ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଓ ଇବ ରେଳଷ୍ଟେସନ ମଧ୍ୟରେ ଏକ ମାଲ ବୋଝେଇ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଝାରସୁଗୁଡା ପୌରାଞ୍ଚଳ ୱାର୍ଡ ନମ୍ବର ୪ ନିବାସୀ ପୁରନ ରନବିଡାଙ୍କ ପୁଅ ଦୁର୍ଗା ରନବିଡା (୪୮) ବୋଲି ଜଣାପଡିଛି। ସେ ଗତକାଲି ରାତିରେ ରେଳ ଧାରଣାଦେଇ ଘରକୁ ଫେରୁଥିବା ସମୟରେ  ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଆଜି ସକାଳେ ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେବାପରେ ଝାରସୁଗୁଡା ଜିଆରପି ପୁଲିସ ପହଞ୍ଚି ଶବ ଜବତକରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।