ଟ୍ରେନ ଦୁର୍ଘଟଣା: ଭୁବନେଶ୍ୱର ଆସିବ ୧୬୦ ମୃତଦେହ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୧୬୦ ଜଣଙ୍କ ମୃତଦେହ ଭୁବନେଶ୍ୱର ଅଣାଯିବ। ଉକ୍ତ ୧୬୦ ମୃତକଙ୍କ ଚିହ୍ନଟ ହୋଇ ପାରିନାହିଁ । ଅନ୍ୟପଟେ ୩୦ରୁ ୪୦ ଜଣଙ୍କ ମୃତଦେହ ଚିହ୍ନଟ କରି ପରିବାର ଲୋକେ ନେଇ ସାରିଛନ୍ତି । ବାକି ଚିହ୍ନଟ ହୋଇ ପାରିନଥିବା ମୃତଦେହ ଶବାଗାରରେ ରଖାଯିବ । ପରିବାର ଲୋକ ଚିହ୍ନଟ ନ କରିବା ପର୍ଯ୍ୟନ୍ତ ମୃତଦେହ ଶବାଗାରରେ ରହିବ । ବାଲେଶ୍ୱରରେ ମୃତଦେହ ରଖିବାକୁ ପର୍ଯ୍ୟାପ୍ତ ଜାଗା ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ମୃତଦେହ ରଖାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି ।