ଛତିଶଗଡ଼-ଓଡିଶା ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ ପାଇଁ ଚିଠି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଛତିଶଗଡ଼ ଏବଂ ଓଡିଶା ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ ବାତିଲ ପାଇଁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଛତିଶଗଡ଼ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଟ୍ରେନ୍ ଚଳାଚଳ ବାତିଲ ପାଇଁ କେନ୍ଦ୍ର ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ଦୁଇ ରାଜ୍ୟ ମଧ୍ୟରେ ୧୫ ଦିନ ଟ୍ରେନ୍ ବାତିଲ ପାଇଁ ମୁଖ୍ୟ ଶାସନ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।