ଡିସେମ୍ବର ଶେଷ ଯାଏ ଚାଲିବ ପର୍ବ ପାଇଁ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବତଟ ରେଳବାଇ ପକ୍ଷରୁ ପର୍ବପର୍ବାଣୀ ପାଇଁ ଚାଲୁଥିବା ଟ୍ରେନଗୁଡ଼ିକର ଚଳାଚଳ ସମୟସୀମା ବୃଦ୍ଧି କରାଯାଇଛି। ୨୦ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର-ଆନନ୍ଦବିହାର-ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଡିସେମ୍ବର ୩୦ରେ ଭୁବନେଶ୍ୱର ଛାଡ଼ିବ ଏବଂ ୨୦୨୧ ଜାନୁଆରୀ ୧ରେ ପୁନଶ୍ଚ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱର-ଲୋକମାନ୍ୟ ତିଲକ ଟର୍ମିନସ(ଏଲଟିଟି)-ଭୁବନେଶ୍ୱର ସ୍ୱତନ୍ତ୍ର ଦ୍ୱି-ସପ୍ତାହିକ ଟ୍ରେନ୍ ଡିସେମ୍ବର ୩୧ରୁ ଏଲ୍ଟିଟି ଅଭିମୁଖେ ଯାତ୍ରା କରୁଥିବା ବେଳେ ୨୦୨୧ ଜାନୁଆରୀ ୨ରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ।

ସେହିପରି ଭୁବନେଶ୍ୱର-ତିରୁପତି-ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ଡିସେମ୍ବର ୨୭ ପର୍ଯ୍ୟନ୍ତ, ଭୁବନେଶ୍ୱର-ଚେନ୍ନାଇ-ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ, ଭୁବନେଶ୍ୱର-ବେଙ୍ଗାଲୁରୁ କ୍ୟାଣ୍ଟ-ଭୁବନେଶ୍ୱର ସାପ୍ତାହିକ ୨୯ ଡିସେମ୍ବର, ଭୁବନେଶ୍ୱର-ପୁଡୁଚେରୀ-ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ୩୦ ଡିସେମ୍ବର, ଭୁବନେଶ୍ୱର-ରାମେଶ୍ୱରମ୍-ଭୁବନେଶ୍ୱର ସାପ୍ତାହିକ ଟ୍ରେନ୍ ୨୭ ଡିସେମ୍ବର, ସମ୍ବଲପୁର-ହାୱଡା-ସମ୍ବଲପୁର ସାପ୍ତାହିକ ଟ୍ରେନ୍ ୨୬ ଡିସେମ୍ବର, ସମ୍ବଲପୁର-ମଣ୍ଡୁଆଡିହି-ସମ୍ବଲପୁର ଦ୍ୱି-ସାପ୍ତାହିକ ଟ୍ରେନ୍ ୩୧ ଡିସେମ୍ବର, ପୁରୀ-ପାଟନା-ପୁରୀ ସାପ୍ତାହିତ ଟ୍ରେନ୍ ୩୦ଡିସେମ୍ବର, ପୁରୀ-ଜୟନଗର-ପୁରୀ ୧ ଜାନୁଆରୀ ୨୦୨୧, ପୁରୀ-ସୁରଟ-ପୁରୀ ସାପ୍ତାହିକ ଟ୍ରେନ୍ ୨୯ ଡିସେମ୍ବର, ପୁରୀ-ଲୋକମାନ୍ୟ ତିଲକ ଟର୍ମିନସ(ଏଲଟିଟି)-ପୁରୀ ସାପ୍ତାହିକ ଟ୍ରେନ୍ ୩୧ ଡିସେମ୍ବର, ପୁରୀ-ଚେନ୍ନାଇ-ପୁରୀ ସାପ୍ତହିକ ଟ୍ରେନ୍ ୨୮ଡିସେମ୍ବର, ବିଶାଖାପାଟନମ୍-ନିଜାମୁଦ୍ଦିନ-ବିଶାଖାପାଟନମ୍ ଦ୍ୱି-ସପ୍ତାହିକ ଟ୍ରେନ୍ ୩୦ ଡିସେମ୍ବର, ବିଶାଖାପାଟନମ୍-ନିଜାମୁଦ୍ଦିନ୍-ବିଶାଖାପାଟମ୍ ସ୍ୱତନ୍ତ୍ର ଟ୍ରେନ୍ ୨ ଜାନୁଆରୀ ୨୦୨୧, ବିଶାଖାପାଟଣମ୍-ଚେନ୍ନାଇ-ବିଶାଖାପାଟନମ୍ ସାପ୍ତାହିକ ଟ୍ରେନ୍ ୨୯ ଡିସେମ୍ବର, ବିଶାଖାପାଟନମ୍-ଏଲ୍ଟିଟି-ବିଶାଖାପାଟନମ୍ ସାପ୍ତାହିକ ଟ୍ରେନ୍ ୨୯ ଡିସେମ୍ବର, ବିଶାଖାପାଟନମ୍-ଗାନ୍ଧୀଧାମ-ବିଶାଖାପାଟନମ୍ ୩ ଜାନୁଆରୀ ୨୦୨୧, ବିଶାଖାପାଟନମ୍-କୁଡ୍ଡାପା-ବିଶାଖାପାଟନମ୍ ଦୈ÷ନିକ ସ୍ୱତନ୍ତ୍ର ଟ୍ରେନ୍ ୧ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଚାଲିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।