ପରିକ୍ଷାର୍ଥୀଙ୍କ ପାଇଁ ଚାଲିବ ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର : ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଆଉ ଏକ ସ୍ୱତନ୍ତ୍ର ଟ୍ରେନ୍ ·ଲିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି । ଏହି ଟ୍ରେନ୍ ପୁରୀରୁ ଟାଟାନଗର ପର୍ୟ୍ୟନ୍ତ ·ଲିବ । ସଂନ୍ଧ୍ୟା ୭ଟାରେ ଏହି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ରେଳ ଷ୍ଟେସନରୁ ବାହାରି ଟାଟାନଗର ଅଭିମୁଖେ ଯାତ୍ରା ଆରମ୍ଭ କରିବ । ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ହିଜିଲି ଓ ଘାଟ୍ଶୀଲା ଦେଇ ଯାତ୍ରା କରିବ । ଏହି ଟ୍ରେନ୍ ର ସମସ୍ତ ବଗି ଜେନେରାଲ କୋଚ୍ ରହିବ । ପରୀକ୍ଷାର୍ଥୀମାନେ ଜେନେରାଲ ବୁକିଂ କାଉଂଟରରୁ ବା ନିଜ ମୋବାଇଲରୁ ଟିକେଟ୍ ବୁକ୍ କରି ପାରିବେ ।

ବିଭିନ୍ନ ପରୀକ୍ଷା ଦେବା ପାଇଁ ରାଜ୍ୟ ବାହାରକୁ ପରୀକ୍ଷାର୍ଥୀମାନେ ଯିବା ସହ ବାହାରୁ ପରୀକ୍ଷାର୍ଥୀମାନେ ଓଡ଼ିଶା ଆସିଥାନ୍ତି । ଯେଉଁଥି ପାଇଁ ଟ୍ରେନରେ ପ୍ରବଳ ଭିଡ଼ ହେତୁ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ·ଲି ସାରିଥିବା ବେଳେ ଶୁକ୍ରବାର ଆଉ ଏକ ଟ୍ରେନ୍ ପୁରୀରୁ ଯାତ୍ରା ଆରମ୍ଭ କରିବ ।