କେରଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଥିରୁବନନ୍ତପୁରମ,ଏଜେନ୍ସି: କେରଳ କୋଜିକୋଡେର ରାମନାତୁକୁରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଭୋର ୪ଟା ୪୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ମୃତ ବ୍ୟକ୍ତିମାନେ ହେଲେ ମହମ୍ମଦ ସାହିର, ନାଜିର, ଜୁବାଇର, ଆସାଇନାର ଏବଂ ତାହିର। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କରିପୁର ବିମାନବନ୍ଦରରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।