ଭୁବନେଶ୍ୱରରେ ଗଡ଼ିଲା ଟ୍ରାଫିକ ସଚେତନତା ରଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂତନ ମୋଟର ଯାନ ନିୟମ ଅନୁସାରେ ଟ୍ରାଫିକ୍‍ନିୟମ କଡ଼ାକଡ଼ି କରାଯାଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୩ମାସ କୋହଳ କରାଯାଇଛି। ଏହି ଅବସରରେଟ୍ରାଫିକ୍‍ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କରାଯାଉଛି । ଏ ନେଇ କମିସନରେଟ ପୁଲିସ ପକ୍ଷରୁ ଏକ ଟ୍ରାଫିକ୍‍ସଚେତନତା ରଥ ଭୁବନେଶ୍ୱର ପାଇଁ ନିୟୋଜିତ କରାଯାଇଛି। ଏହି ରଥକୁ ସୋମବାର ଡିସିପି ସାଗରିକା ନାଥ ଶୁଭାରମ୍ଭ କରିଛନ୍ତି।

ତେବେ ଏହା ଭୁବନେଶ୍ୱରର ପ୍ରତ୍ୟେକ ଅଞ୍ଚଳ ଭ୍ରମଣ କରିବା ସହ ଲୋକମାନଙ୍କୁ ସଚେତନତା କରାଇବ ବୋଲି ଡିସିପି  ନାଥ କହିଛନ୍ତି।