ପକିସ୍ତାନରେ ଟ୍ରାଫିକ୍ ବନ୍ଦ କରି ଆନ୍ଦୋଳନ କରୁଥିଲେ, ଲୋକଙ୍କ ରାଗର ଶିକାର ହେବାକୁ ପଡ଼ିଲା ପାକିସ୍ତାନ ସରକାରଙ୍କୁ

ଇସ୍ଲାମାବାଦ,୩୦ା୮/ଏଜେନ୍ସି: ପାକିସ୍ତାନ ସରକାର ସବୁବେଳେ କାଶ୍ମିର ଲୋକଙ୍କ ସହ ଅଛନ୍ତି ବୋଲି ଦେଖାଇବା ପାଇଁ ଏକ କାଶ୍ମିର ଓଭର କାର୍ଯ୍ୟକ୍ରମ ଆରମ୍ଭ କରିଛି। ତେବେ ଏ ନେଇ ପାକିସ୍ତାନ ଜନତା ବହୁ ଅସୁବିଧାନ ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଶୁକ୍ରବାର ଦିପହରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ପାକିସ୍ତାନରେ ସମସ୍ତ ଡାକ୍ତରଖାନା ଓ କାର୍ଯ୍ୟାଳୟ ବନ୍ଦ କରିଦିଆଯାଇଛି। ଖାଲି ଏତିକି ନୁହେଁ ବିରୋଧ ପ୍ରଦର୍ଶନ କରିବା ପାଇଁ ଟ୍ରାଫିକ୍ ବନ୍ଦ କରିଦେଇଥିଲେ। ଫଳରେ ଲୋକମାନଙ୍କୁ ଭାରି ଖରାରେ ମଝିରାସ୍ତାରେ ଛିଡ଼ା ହେବାକୁ ପଡ଼ିଥିଲା।
କାଶ୍ମିରରେ ନିଜର ଅସ୍ତିତ୍ୱ ବଞ୍ଚାଇ ନପାରିବା ରାଗରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନୀତିକୁ ଆପଣାଇଥିବା ସାଧାରଣରେ କୁହାଯାଉଛି। ଏ ସମ୍ପର୍କରେ ପାକିସ୍ତାନ ଜନତା ମଧ୍ୟ ସୋସିଆଲ ମିଡିଆରେ ନିଜର ପତିକ୍ରିୟାରେ ଏହାକୁ ବିରୋଧ କରିଛନ୍ତି। ଅପରପକ୍ଷରେ ପାକିସ୍ତାନର ଏକ ପତ୍ରକାର ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଲୋକମାନେ ଟ୍ରାଫିକ୍ରେ ଛିଡାହୋଇ ଏହାର ବିରୋଧ କରୁଥିବା ଦେଖିବାକୁ ମିଳିଛି। ସେହ ମଝିରେ ଭିଡରେ ଟ୍ରାଫିକ୍ରେ ଛିଡ଼ାହୋଇଥିବା ଜଣେ ରାଗରେ ଏ ସମସ୍ତକୁ ରୋକିବାର ଫାଇଦା କ’ଣ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁତ ଅଟକାଇ ପାରିଲନି ବୋଲି କହିଥିଲେ।