ଟ୍ରାକ୍ଟରରେ ପିଟିହୋଇ ବାଇକ୍ ଆରୋହୀ ମୃତ

କୋରାପୁଟ,୩୦ା୮/ଏନ୍ଏନ୍ଏସ୍: ୨୬ନଂ ଜାତୀୟ ରାଜପଥର ମୋହନପୋଡ଼ା ନିକଟରେ ଏକ ଟ୍ରାକ୍ଟର ପଛରେ ବାଇକ୍ ପିଟିହୋଇଥିବାବେଳେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଦାମନଯୋଡ଼ି ଅଁଲାବାଡ଼ି କଲୋନୀର ଗୌରାଙ୍ଗ ନାୟକ(୩୧)। ସୂଚନା ଅନୁଯାୟୀ ଗୌରାଙ୍ଗ ଗୁରୁବାର ଅପରାହ୍ଣରେ କୋରାପୁଟରୁ ଗାଁକୁ ଫେରୁଥିବାବେଳେ କୋରାପୁଟ-ସୁନାବେଢ଼଼ା ୨୬ନଂ ଜାତୀୟ ରାଜପଥର ମୋହନପୋଡ଼ା ନିକଟରେ ଭାରସାମ୍ୟ ହରାଇ ସାମ୍ନାରେ ଆସୁଥିବା ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍ଏଲ୍ଏନ୍ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡୁମୁରିପୁଟ ଫାଣ୍ଡି ଅଧିକାରୀ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।