୨୮ କେଜି ଗଞ୍ଜେଇ ଜବତ, ଅଭିଯୁକ୍ତ କୋର୍ଟ ଚାଲାଣ

ଫୁଲବାଣୀ,ଗୋଛାପଡ଼ା,ଏନ୍ଏନ୍ଏସ୍: ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା’ ନିକଟରୁ ୨୮ କେଜି ଗଞ୍ଜେଇ, ଏକ ଖେଳନା ବନ୍ଧୁକ ସହ ୩ଲକ୍ଷ ୪୨ ହଜାର ଟଙ୍କା ଜବତ କରିଛି। ଏନେଇ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୮ଟା ବେଳେ ଗୋଛାପଡା ଥାନା ଅଞ୍ଚଳରୁ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଥାନା ଅଧିକାରୀ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇବାପରେ ବୁନ୍ଦୁଲି ରାସ୍ତାରେଥିବା ଡିଡିମାରେ ତନଖି ଆରମ୍ଭ କରିଥିଲେ। ସେହି ସମୟରେ ଏକ କାର୍ ଆସିଥିଲା। ପୁଲିସ ଉକ୍ତ ଗାଡିକୁ ତଲାସି ନେବାବେଳେ ସେଥିରୁ ୨୮ କେଜି ଗଞ୍ଜେଇ ମିଳିଥିଲା। ଏହାସହିତ ଗାଡିର ଡ୍ରାଇଭର ଟିଟୁ ଦିଗାଲ ଓରଫ ଦୁଖିଃଶ୍ୟାକୁ ଗିରଫ କରିବା ସହିତ ନଗଦ ୩.୪୨ ଲକ୍ଷ ଟଙ୍କା ସମେତ ଗୋଟିଏ ଖେଳନା ପିସ୍ତଲ , ଗୋଟିଏ ସାମସଙ୍ଗ ଟାବଲେଟ୍ ଏବଂ ୩ଟି ଏଟିଏମ୍ କାର୍ଡ଼ ଜବତ କରାଯାଇଥିବା ସୂଚନା ଦିଆଯାଇଛି। ଗୋଛାପଡା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।