ଟୁଲକିଟ ମାମଲା: ଦିଶା ରବିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ ମାମଲାରେ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ୨୧ ବର୍ଷୀୟ ପରିବେଶ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶନିବାର କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ଫଇସଲା ସୁରକ୍ଷିତ ରଖିଥିଲେ। ଆଜି ଏଡିସନାଲ ସେସନ ଜଜ୍ ଧର୍ମେଦର ରାଣା ଦିଶାଙ୍କୁ ୧ ଲକ୍ଷ ଟଙ୍କାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ପଟିୟାଲା ହାଉସ କୋର୍ଟ ଦିଶାଙ୍କୁ ଦିନିକିଆ ପୁଲିସ ରିମାଣ୍ଡରେ ପଠାଇଥିଲେ।

ସୂଚନାଯୋଗ୍ୟ, ଆଜି ଦିଶାଙ୍କ ଦିନିକିଆ ପୁଲିସ ରିମାଣ୍ଡ ଶେଷ ହେବା ପରେ ଦିଲ୍ଲୀ ପୁଲିସ ତାଙ୍କୁ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ରିମାଣ୍ଡ ବଢ଼ାଇବାକୁ ଦାବି କରିଥିଲେ। ରିମାଣ୍ଡ ବଢ଼ାଇବାର ଶୁଣାଣି ମଧ୍ୟରେ ଦିଶାଙ୍କ ଓକିଲ ମୁଖ୍ୟ ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କୁ ପଟିୟାଲା ହାଉସ କୋର୍ଟରେ ତାଙ୍କ ମହକିଲଙ୍କୁ ଜାମିନ ମିଳି ଯାଇଥିବା ସୂଚନା ଦେଇଥିଲେ।