ଜାମାଇକାର ଟୋନି-ଅନ୍ ସିଂ ୨୦୧୯ର ମିସ୍ ୱାର୍ଲଡ, ତୃତୀୟ ସ୍ଥାନରେ ଭାରତର ସୁମନ ରାଓ

ଲଣ୍ଡନ,ଏଜେନ୍ସି: ଜାମାଇକାର ୨୩ ବର୍ଷିୟା ଯୁବତୀ ଟୋନି-ଅନ୍‌ ସିଂ ୨୦୧୯ର ମିସ୍‌ ଓ୍ବାଲର୍‌ଡ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଲଣ୍ଡନ ଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାବେଶରେ ବିଶ୍ୱର ୧୧୦ ପ୍ରତିଯୋଗୀଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି। ସେହିପରି ଏହି ପ୍ରତିଯୋଗିତାରେ ଭାରତର ୨୧ବର୍ଷୀୟ ସୁମନ ରାଓ ଏହି ପ୍ରତିଯୋଗିତାରେ ତୃତୀୟ ସ୍ଥାନ ତଥା ସେକେଣ୍ଡ ରନର୍ସ ଅପ୍ ହୋଇଛନ୍ତି। ଫ୍ରାନ୍ସ ସୁନ୍ଦରୀ ଓଫେଲୀ ମେଜିନୋ(୨୦) ଦ୍ୱିତୀୟ (ପ୍ରଥମ ରନର୍ସ ଅପ୍‌)ସ୍ଥାନ ଅଧିକାର କରିଛନ୍ତି। ୨୦୧୮ର ମିସ୍‌ ଓ୍ବାର୍ଲଡ ମେକ୍ସିକୋ ସୁନ୍ଦରୀ ଭାନେସା ପୋନ୍ସ ଟୋନି-ଅନ୍‌ ସିଂଙ୍କୁ ବିଜୟୀ ମୁକୁଟ ପିନ୍ଧାଇ ଥିଲେ।