ଆସନ୍ତା କାଲିଠାରୁ ଆରମ୍ଭ ହେବ ଭାରତୀୟ ପ୍ରଶାସନିକ ସେବାର ମେନ୍

ସେପ୍ଟେମ୍ବର ୨୦ରୁ ୨୯ତାରିଖ ପର୍ଯ୍ୟନ୍ତ ଭାରତୀୟ ପ୍ରଶାସନିକ ସେବାର ଦ୍ୱିତୀୟ ପର୍ଯ୍ୟାୟର ମେନ୍‌ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷାର୍ଥୀ ମେନ୍ ପରୀକ୍ଷାରେ ନିର୍ଦ୍ଧାରିତ କ୍ୱାଲିଫାୟିଂ ମାର୍କ ରଖିଲେ ଇଣ୍ଟରଭ୍ୟୁକୁ ଯିବେ। ଏଥିରେ ସେମାନଙ୍କୁ ମୋଟ ୧୭୫୦ ମାର୍କର ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ଏବଂ ଇଣ୍ଟରଭ୍ୟୁ ପାଇଁ ୨୭୫ ମାର୍କ ପରୀକ୍ଷା ଦେବାକୁ ପଡ଼ିବ। ମୁଖ୍ୟ ପରୀକ୍ଷାର ମାର୍କ ଓ ଇଣ୍ଟରଭ୍ୟୁର ମାର୍କକୁ ମିଶାଯାଇ ଚୟନ କରାଯିବ। ଏହି ବର୍ଷ ୧୧,୮୪୫ଜଣ ଏହି ପରୀକ୍ଷା ଦେବାପାଇଁ ମନୋନିତ ହୋଇଛନ୍ତି। ଗତ ବର୍ଷ ୧୯୯୪ଜଣ ପରୀକ୍ଷାର୍ଥୀ ୧୪ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ କୃତକାର୍ଯ୍ୟ ହୋଇଥିଲେ।