ଆସନ୍ତାକାଲି ସୂର୍ଯ୍ୟପରାଗ, ଆଜି ରାତିରୁ ପାକ ନିଷେଧ ରାଜ୍ୟ By Nitidin Last updated Jun 22, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ପଞ୍ଜିକା ଅନୁସାରେ ଆସନ୍ତା କାଲି ସୂର୍ଯ୍ୟପରାଗ। ଏହି ସୂର୍ଯ୍ୟପରାଗ ସକାଳ ୧୦ ଟା ୩୮ ମିନିଟ ୧୦ ସେକେଣ୍ଡରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୯ ମିନିଟ ୩୦ ସେକେଣ୍ଡରେ ଶେଷ ହେବ। ତେବେ ଏଥି ପାଇଁ ଆଜି ରାତି ୧୦ଟା ୩୮ରୁ ପାକ ନିଷେଧ କରାଯିବ। ସୂର୍ଯ୍ୟପରାଗକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ପ୍ରାୟ ୬ ଘଣ୍ଟା ଧରି ଏହି ପରାଗ ଲାଗିବ। ତେବେ ସେମାନଙ୍କ ମତରେ ସକାଳ ୯ଟା ୧୫ ମିନିଟରେ ଏହି ପରାଗ ଆରମ୍ଭ ହୋଇଯିବ ଏବଂ ୧୨ଟା ୧୫ ମିନିଟରେ ଏଥିରେ ରିଙ୍ଗ୍ ଅଫ ଫାୟାର ଦୃଶ୍ୟମାନ ହେବ। ଏହି ବଳୟ ମାତ୍ର ୧ ମିନିଟ୍ ପାଇଁ ଦେଖାଯିବ ବୋଲି କୁହାଯାଇଛି। ଏହି ପରାଗର ପ୍ରଥମେ ଆଫ୍ରିକାର ଇଥିଓପିଆରେ ହିଁ ଶତ ପ୍ରତିଶତ ଦୃଶ୍ୟମାନ ହେବ। ଏହାପରେ ଦକ୍ଷିଣ ପାକିସ୍ତାନ ଏବଂ ପରେ ଭାରତର ରାଜସ୍ଥାନରେ ଦୃଶ୍ୟମାନ ହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଗ୍ରହଣ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଗୋଟିଏ ସରଳରେଖାରେ ରହିଥାନ୍ତି। ଫଳରେ ଏହି ସମୟରେ ଏକ ଚୁମ୍ବକୀୟ ପ୍ରଭାବ ସୃଷ୍ଟି ହୋଇଥାଏ। ଯାହାଦ୍ୱାରାରେ ସମୁଦ୍ରରେ ଜୁଆର ଉଠିଥାଏ । ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ସରଳରେଖାରେ ରହିବା କାରଣରୁ ଚୁମ୍ବକୀୟ ତରଙ୍ଗ ସୃଷ୍ଟି ହୋଇଥାଏ। ଏହି ତରଙ୍ଗ କାରଣରୁ କିଛି ଲୋକଙ୍କଠାରେ ମାନସିକ ଚାପ ଏବଂ ଅସ୍ତବ୍ୟସ୍ତ ଭଳି ଲକ୍ଷଣ ଦେଖାଦେଇଥାଏ। ଏହି ସମୟରେ ବୈଜ୍ଞାନିକଙ୍କ ଗବେଷଣା ପାଇଁ ସବୁଠାରୁ ଭଲ ସମୟ ବୋଲି କୁହାଯାଉଛି। ସୂର୍ଯ୍ୟଙ୍କର କିରଣ ଯେତେବେଳେ କମ ହୋଇଯିବ ସେତେବେଳେ ଏହାର ଅଧ୍ୟୟନ କରିବା ସହଜ ହୋଇଥାଏ। ଏହାବ୍ୟତୀତ ଏହି ପରାଗ ସମୟରେ ବୈଜ୍ଞାନିକମାନେ ବାତାବରଣ ଏବଂ ଜୀବଜନ୍ତୁଙ୍କ ଉପରେ ମଧ୍ୟ ପରାଗ ଦ୍ୱାରା ପଡୁଥିବା ପ୍ରଭାବକୁ ଗବେଷଣା କରିଥାନ୍ତି। solareclips Share