ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ଏପ୍ରିଲ ୨୪ ତାରିଖ “ରାଷ୍ଟ୍ରୀୟ ପଂଚାୟତି ରାଜ ଦିବସ”ରେ ଦେଶର ବିଭିନ୍ନ ଗ୍ରାମ ପଂଚାୟତର ସରପଂଚ ମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି। ଏହି ସମୟରେ ସେ ସରପଂଚ ମାନଙ୍କ ସହ ବାର୍ତ୍ତାଳାପ ବି କରିବେ ବୋଲି ଜଣାଯାଇଛି। ଦେଶରେ ଲକ ଡାଉନ ପରିସ୍ଥିତି ଘୋଷିତ ହୋଇଥିବା କାରଣରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରାୟ ସମସ୍ତ ବୈଠକ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନସିଂ ଜରିଆରେ ହିଁ ପ୍ରାୟ ସମସ୍ତ ବୈଠକରେ ଅଂଶଗ୍ରହଣ କରୁଛନ୍ତି।
ଏବାବଦରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ହିଁ ଏବାବଦରେ ସୂଚନା ଦେଇଥିଲେ। ଆସନ୍ତା ଏପ୍ରିଲ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭିଡିଓ କନଫରେନସିଂରେ ଇ-ଗ୍ରାମସ୍ୱରାଜ ପୋର୍ଟାଲ ଓ ଏକ ମୋବାଇଲ ଆପ ବି ଲଂଚ କରାଯିବାର କାର୍ଯ୍ୟକ୍ରମ ରହିଛି। ଏସବୁ ବାଦ ସ୍ୱମୀତ୍ୱ ଯୋଜନା ବି ଲଞ୍ଚ କରାଯିବ। ଯେଉଁଥିରେ ଗ୍ରାମୀଣ କ୍ଷେତ୍ର ଗୁଡିକର ବିକାଶ ସମ୍ବନ୍ଧୀୟ ସୂଚନା ମିଳିପାରିବ।
ସୂଚନା ଦେବା ଯୋଗ୍ୟକି, ପ୍ରଧାନ ମନ୍ତ୍ରୀ ମୋଦି ଆସନ୍ତା ଏପ୍ରିଲ ୨୭ ତାରିଖରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବାର୍ତ୍ତାଳାପ କରିବାକୁ ଯାଉଛନ୍ତି। ଏହି ବାର୍ତ୍ତାଳାପ ଦେଶରେ ଜାରି ହୋଇଥିବା ଲକ ଡାଉନ ପରିସ୍ଥିତିକୁ ନେଇ ଆଲୋଚନା କରାଯିବ ବୋଲି କହାଯାଉଛି।