କାଲି ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏମକେ ଷ୍ଟାଲିନ

ନୂଆଦିଲ୍ଲୀ: ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଡୀଏମକେ ଓ କଂଗ୍ରେସ ମହାମେଣ୍ଟକୁ ବହୁମତ ମିଳିବା ପରେ ଏମକେ ଷ୍ଟାଲିନ ୩୪ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ତାଲିକା ଜାରି କରିଛନ୍ତି। ଆସନ୍ତାକାଲି ଷ୍ଟାଲିନ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ବୁଧବାର ଏମକେ ଷ୍ଟାଲିନଙ୍କୁ ସରକାର ଗଠନ କରିବା ପାଇଁ ନିମନ୍ତ୍ରଣ କରିଥିଲେ। ରାଜଭବନ ପରିସରରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ସକାଳ ୯ଟାରେ ହେବ ବୋଲି ଜଣାପଡ଼ିଛି।