ବରଗଡ଼,ଏନ୍ଏନ୍ଏସ୍: ବିଜେପୁର ଉପନିର୍ବାଚନ ପାଇଁ ଶନିବାର ପ୍ରଚାର ଶେଷ ହେଉଥିବା ବେଳେ ଏ ନେଇ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରୀତା ସାହୁଙ୍କ ପାଇଁ ନିର୍ବାଚନର ମଙ୍ଗ ଧରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକ୍ର ବିଭିନ୍ନ ସ୍ଥାନରେ ବୁଲି ପ୍ରଚାର କରିବେ। ସେହିପରି ଗତକାଲି ବିଜେପୁର ଓ ବରପାଲିରବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ପ୍ରଚାର କରି ବିଧାୟକ ପ୍ରାର୍ଥୀନୀ ରୀତା ସାହୁଙ୍କ ପାଇଁ ଭୋଟ ମାଗିଥିଲେ।