ମକର, ସକ୍ରାତ ଓ ପୁଷ୍ ପର୍ବ ପାଇଁ ଛୁଟି ଘୋଷିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ଜାନୁଆରୀ ୧୫ ତାରିଖକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ମକର ସଂକ୍ରାନ୍ତି, ସକ୍ରାତ୍ ପର୍ବ ଏବଂ ପୁଷ୍ ପର୍ବ ଉପଲକ୍ଷେ ଏହି ଦିନ ସମସ୍ତ ସରକାରୀ ଅନୁଷ୍ଠାନ, କାର୍ୟ୍ୟାଳୟ, ବ୍ୟାଙ୍କିଂ ଅନୁଷ୍ଠାନ ଏବଂ ବିଦ୍ୟାଳୟ ବନ୍ଦ ରହିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ବସବାସ କରୁଥିବା କେତେକ ଆଦିବାସୀ ଜନଜାତି ଏହି ଦିନଟିକୁ ସକ୍ରାତ୍ ପର୍ବ ଏବଂ ପୁଷ୍ ପର୍ବ ରୂପେ ପାଳନ କରିଥାନ୍ତି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।