ଆସନ୍ତାକାଲି ମୋଦୀ ଦେବେ ବାର୍ତ୍ତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳ ୯ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଭିଡ଼ିଓ ବାର୍ତ୍ତା ସେୟାର କରିବେ । ଏସମ୍ବନ୍ଧରେ ସେ ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କରୋନା ସମ୍ପର୍କିତ ଆଲୋଚନା କରିଥିଲେ। ଏଥିରେ ସେ ଲକଡାଉନକୁ ଅଧିକ ଗୁରୁତ୍ୱ ଦେବା ସହ ସର୍ବନିମ୍ନ ଜୀବନ ହାନି ଆମ ଲକ୍ଷ୍ୟ ବୋଲି କହିଥିଲେ।